Back to News Home

ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜମାତା ବିଜୟାରାଜ ସିନ୍ଧିଆଙ୍କ ୯୮ ତମ ଜନ୍ମ ଦିବସକୁ ‘ଶକ୍ତି ଦିବସ’ ଭାବରେ ପାଳନ କରାଯାଇଛି l ଏହି ଜୟନ୍ତୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଭାତି ପରିଡା ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ବିଜେପି ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରାଜମାତା ବିଜୟାରାଜ ସିନ୍ଧିଆଙ୍କ ଜୀବନଶୈଳୀ, ପାରିବାରିକ ଜୀବନ, ରାଜନୈତିକ ଯାତ୍ରା, ସମାଜସେବା ଏବଂ ମହିଳା ସଶକ୍ତିକରଣ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l

f4