Back to News Home

ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର କେନ୍ଦୁଝର ଜିଲ୍ଲା ଘସିପୁରା ଅଂଚଳରେ ଆଇନକୁ ନିଜ ହାତକୁ ନେଇ ମନମୁଖୀ ଶାସନ କରୁଛନ୍ତି l ବାରମ୍ବାର ଅଭିଯୋଗ ପରେ ବି ପୋଲିସ ପ୍ରଶାସନ ସେଠି ମନ୍ତ୍ରୀ ବଦ୍ରି ପାତ୍ରଙ୍କ ହାତବାରିସୀ ସାଜି ନିରବଦ୍ରଷ୍ଟା ହୋଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ l ପୋଲିସର ଏପରି ପକ୍ଷପାତିତା ଏବଂ ମନ୍ତ୍ରୀଙ୍କ ପୁଅର ଗୁଣ୍ଡାରାଜ ବିରୁଦ୍ଧରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି l

28617149_1971628989720775_2287163172887594836_o