Back to News Home

ପିସି, ଲାଞ୍ଚ ଓ ହାତଗୁଞ୍ଜା ନେଇ ନବୀନ ସରକାର ଗରିବ ଓଡ଼ିଆଙ୍କର ହକ୍ କୁ ଛଡେଇ ନେଇଛି l ନିଜର ସ୍ଥାଣୁତା ଓ ଅପାରଗତା ଯୋଗୁଁ ମୋଦି ସରକାରଙ୍କର ଗରିବ କଲ୍ୟାଣ ଯୋଜନା ମାନ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ l ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ରାଜ୍ୟର ୧୦୦୧ ମଣ୍ଡଳର ୩୬୦୦୦ ବୁଥ ତଥା ୯୨୦୦୦ ୱାର୍ଡରେ ଓଡ଼ିଶାବାସୀଙ୍କ ପାଇଁ ‘ହକ୍ ର ଲଢେଇ’ ଲଢ଼ିବାକୁ ଯିବ l ଏହି ‘ହକ୍ ର ଲଢେଇ’ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ପକ୍ଷରୁ ପୋଷ୍ଟର ଓ ଅଡିଓ ସଂଗୀତ ଉନ୍ମୋଚନ ହୋଇଛି l

f