All posts by BJP Odisha

ରାଜ୍ୟ ସରକାରଙ୍କର ଅପାରଗତା, ସ୍ଥାଣୁତା ଓ ନିଷ୍କ୍ରିୟତା କାରଣରୁ ରାଜ୍ୟରେ ଚାଷୀକୂଳ ବର୍ତ୍ତମାନ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି I ଚାଷୀକୂଳର ଏଭଳି ପ୍ରତିକୂଳ ପରିସ୍ଥିତିରେ ରାଜ୍ୟର କୃଷିମନ୍ତ୍ରୀଙ୍କ ଚାଷୀଙ୍କୁ ଉପହାସ୍ୟ କରିବା ଏବଂ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଭାରତୀୟ ଜନତା ପାର୍ଟିକୁ ମଧ୍ୟ ବ୍ୟଥିତ କରିଛି I ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟର କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ନକଲି ବିହନ ଓ କୀଟନାଶକ ଔଷଧ ଯୋଗାଣର ତଦନ୍ତ ପାଇଁ ଦାବି କରାଯାଇଛି I

bjp11

ଗତ ନଭେମ୍ବର ୦୮ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଜିଲ୍ଲା ପରିଷଦ ମାନଙ୍କ ବୈଠକ ସମୟରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ, ବିଧାୟକ ଏବଂ ଗୁଣ୍ଡା ମାନେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଜେପିର ସଭ୍ୟ ମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଏହି ଆକ୍ରମଣରେ ବିଜେପିର ବହୁ ଜିଲ୍ଲା ପରିଷଦ ସଭ୍ୟ ଆହତ ମଧ୍ୟ ହୋଇଥିଲେ I ଏହି ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ବିଜେପିର ବାରମ୍ବାର ଅଭିଯୋଗ ପରେ ବି ଜିଲ୍ଲାପାଳ ତାଙ୍କର ସରକାରୀ ନୈତିକ ଦାୟିତ୍ୱକୁ ଭୁଲି ନିରବଦ୍ରଷ୍ଟା ସାଜି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭଳି ନିଜର ଦାୟିତ୍ୱ ତୁଲାଉଛନ୍ତି I ଶାସକ ଦଳର ଏଭଳି ଗୁଣ୍ଡାରାଜ ଓ ଗଣତନ୍ତ୍ର ହତ୍ୟାକାରୀ ଘଟଣା ଏବଂ ଜିଲ୍ଲାପାଳଙ୍କ ରାଜନୈତିକ କାର୍ଯ୍ୟକଳାପ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି, ମୟୁରଭଞ୍ଜର ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନେ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେଇଛନ୍ତି I

bjp14

ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ବିଜେପି ଜିଲ୍ଲା ପରିଷଦ ସଭ୍ୟକୁ ଆକ୍ରମଣ ଘଟଣାରେ ଜିଲ୍ଲାର ସମସ୍ତ ବିଜେପି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟମାନେ ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି I

bjp13

ମୟୁରଭଞ୍ଜ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ଅସଦାଚରଣ, ଅସମ୍ମାନ, ଅବମାନନା, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବ୍ୟବହାର ଏବଂ ଆକ୍ରମଣ ଘଟଣାରେ ଜିଲ୍ଲାର ସମସ୍ତ ୫୧ ବିଜେପି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟମାନେ ଆଜି ବିଧାୟକ ଦଳ ନେତା ଶ୍ରୀ Kanak Vardhan Singh Deo ଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଅନୁରୋଧ କରିଛନ୍ତି ।

bjp12

ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଦ୍ଵିତୀୟ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ମାଝିମୁଣ୍ଡା ଗ୍ରାମର ହର୍ଦ୍ରାଖୋଲ ଅଂଚଳର ଚାଷଜମି ଗୁଡିକୁ ବୁଲି ଦେଖିବା ସହ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି I କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା, କୁଚିଣ୍ଡା ବିଧାୟକ ଶ୍ରୀ ରବି ନାରାୟଣ ନାୟକ ମଧ୍ୟ ଚାଷଜମି ଗୁଡିକୁ ବୁଲି ଦେଖିଛନ୍ତି I

bjp23

କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୟୁରୁଦାନ ଅଂଚଳ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଚାଷଜମି ଗୁଡିକୁ ବୁଲି ଦେଖିବା ସହ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଏବଂ ଚାଷଜମିରେ ବ୍ୟବହୃତ ହେଉଥିବା କୀଟନାଶକର ମାନ ପରଖିଛନ୍ତି I

bjp22

କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲ୍ଲୀ ପଂଚାୟତର ଚାଷୀ ଭାଇ ମାନଙ୍କ ସହ ଆଲୋଚନା କରିବା ପରେ ଚାଷଜମି ଗୁଡିକୁ ବୁଲି ଦେଖିବା ସହ କ୍ଷୟକ୍ଷତିର ସମୀକ୍ଷା କଲେ I ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା, ରାଜ୍ୟ ବିଜେପି ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଅଛନ୍ତି I

bjp21