Bjp Odisha State Presidents


ବିଶ୍ଵଭୂଷଣ ହରିଚନ୍ଦନ
ପ୍ରଥମ
ଓଡିଶା ବିଜେପିର ପ୍ରଥମ ସଭାପତି ହେଉଛନ୍ତି ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଯେ କି ଏବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ । ୧୯୮୦ ରୁ ୧୯୮୮ ମସିହା ପର୍ଯ୍ୟନ୍ତ ପ୍ରଥମ ରାଜ୍ୟ ସଭାପତି ଭାବେ ବିଜେପି ଦଳର ମଙ୍ଗ ଧରିଥିଲେ । ସେ ମୋଟ ୫ ଥର ଚିଲିକା ଓ ଭୁବନେଶ୍ବରରୁ ବିଧାୟକ ହୋଇଛନ୍ତି । ଶ୍ରୀ ହରିଚନ୍ଦନ ମେଣ୍ଟ ସରକାରର ଚାଲିଥିବା ବେଳେ କ୍ଯାବିନେଟ ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵ ନେଇଥିଲେ । ସେ ଜୁଲାଇ ୨୦୧୯ ରେ ଆନ୍ଧ୍ରପ୍ରଦେଶର ୨୩ ତମ ରାଜ୍ଯପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଶା ରାଜନୈତିକ ଇତିହାସରେ ବିଶ୍ଵଭୂଷଣ ନାମ ନିଶ୍ଚିତ ଲିପିବଦ୍ଧ ହୋଇରହିବ ।


ଡଃ ଦେବେନ୍ଦ୍ର ପ୍ରଧାନ
ଦ୍ଵିତୀୟ ଓ ଚତୁର୍ଥ
ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନଙ୍କ ପରେ ଦଳର ଦାୟିତ୍ଵ ନେଲେ ଡଃ ଦେବେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ୧୯୮୯ ରୁ ୧୯୯୩ ଏବଂ ପରେ ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦଳର ସଭାପତି ରହିଛନ୍ତି । ୧୩ ତମ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ଦେବଗଡରୁ ସାଂସଦ ହୋଇଥିଲେ । ବାଜପେୟୀଙ୍କ ସରକାରରେ ସେ ପରିବହନ ମନ୍ତ୍ରୀର ଦାୟିତ୍ଵ ମଧ୍ୟ ନେଇଛନ୍ତି । ଶ୍ରୀ ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି ବର୍ତ୍ତମାନର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ।


ବିମ୍ବାଧର କୁଅଁର
ତୃତୀୟ
ଦଳର ତୃତୀୟ ସଭାପତି ହେଉଛନ୍ତି ଶ୍ରୀ ବିମ୍ବାଧର କୁଅଁର । ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ଓଡିଶା ପ୍ରଦେଶ ବିଜେପିର ଦାୟିତ୍ଵ ନିର୍ବାହ କରିଥିଲେ । ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ୧୯୭୭ ରେ ଜନତା ଦଳ ଏବଂ ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନରେ ଭାଜପାରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ଜଣେ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା । ଶ୍ରୀ କୁଅଁର ବିଜେପି ଛାଡି ବର୍ତ୍ତମାନ ବିଜେଡିରେ ବରିଷ୍ଠ ଉପସଭାପତି ପଦବୀରେ ଅଛନ୍ତି ।


ଜୁଏଲ ଓରାମ
ପଞ୍ଚମ, ଅଷ୍ଟମ ଓ ଦଶମ
ଶ୍ରୀ ଜୁଏଲ ଓରାମ ହେଉଛନ୍ତି ଓଡିଶା ବିଜେପିର ପଞ୍ଚମ ସଭାପତି । ସେ ୧୯୯୭ରୁ ୧୯୯୯, ୨୦୦୪ରୁ ୨୦୦୬ ଏବଂ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ତିନିଥର ଦଳର ସଭାପତି ହୋଇଛନ୍ତି । ଶ୍ରୀ ଓରାମ ସୁନ୍ଦରଗଡ ସାଂସଦ ଭାବେ ୫ ଥର ଜିତିଛନ୍ତି । ୧୯୯୮ ରୁ ୨୦୧୯ ପର୍ଯ୍ୟନ୍ତ ୨୦୦୯ କୁ ଛାଡି ଦେଲେ ସବୁ ଲୋକସଭା ନିର୍ବାଚନରେ ଲୋକଙ୍କର ବିପୁଳ ସମର୍ଥନ ପାଇଛନ୍ତି । ୨୦୧୪ ରୁ ୨୦୧୯ ଆଦିବାସୀ କଲ୍ୟାଣ ମନ୍ତ୍ରୀ ପଦ ଜୁଏଲ ଓରାମ ଓରାମଙ୍କୁ ମିଳିଥିଲା । ଯେତେବେଳେ ଓଡିଶାରେ ବିଜେପିର ସ୍ଥିତି ବୋଲି କିଛି ନଥିଲା ସେତେବେଳେ ଏକ ମାତ୍ର ସାଂସଦ ଭାବେ ସେ ସୁନ୍ଦରଗଡ ଲୋକସଭା ଆସନରୁ ବିଜୟ ହୋଇ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇଥିଲେ ।


ମନମୋହନ ସାମଲ
ଷଷ୍ଠ ଓ ସପ୍ତମ
ଶ୍ରୀ ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ପ୍ରଥମେ ୧୯୯୯ରୁ ୨୦୦୦ ଓ ପରେ ୨୦୦୧ ରୁ ୨୦୦୪ ପର୍ଯ୍ୟନ୍ତ ଦଳର ଦାୟିତ୍ଵ ନିଜ ମୁଣ୍ଡକୁ ନେଇଥିଲେ । ଶ୍ରୀ ସାମଲ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ । ୨୦୦୪ରେ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ୨୦୦୪ ରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ବିଜେପି – ବିଜେଡି ମେଣ୍ଟ ସରକାରରେ ଗୁରୁତପୁର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଶ୍ରୀ ସାମଲ ।


ସୁରେଶ ପୂଜାରୀ
ନବମ
ଶ୍ରୀ ସୁରେଶ ପୂଜାରୀ ଜଣେ ରାଜନେତା ସହ ଆଇନଜୀବୀ ମଧ୍ୟ । ସେ ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶା ବିଜେପିର ସଭାପତି ଥିଲେ । ସେ ୨୦୧୯ ରେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । ୧୯୯୨ ରେ ସମ୍ବଲପୁର ପୌରପାଳିକାର ସଭାପତି ତଥା ୧୯୯୪ ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଶ୍ରୀ ପୂଜାରୀ । ୧୯୯୫ – ୯୬ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ । ସେ ୨୦୦୦ ରେ ରାଜ୍ୟ ଉପାଧ୍ୟକ୍ଷ ଏବଂ ପରେ ୨୦୦୪ ରେ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ । ଶ୍ରୀ ପୂଜାରୀ ବର୍ତ୍ତମାନ ବରଗଡରୁ ଲୋକସଭା ସାଂସଦ ସହ ଦଳର ରାଷ୍ଟ୍ରୀୟ ସମ୍ପାଦନ ଏବଂ ପଶ୍ଚିମବଙ୍ଗ ବିଜେପିର ସହ-ପ୍ରଭାରି ଅଛନ୍ତି ।


ବସନ୍ତ କୁମାର ପଣ୍ଡା
ପଞ୍ଚମ, ଅଷ୍ଟମ ଓ ଦଶମ
ଶ୍ରୀ ବସନ୍ତ କୁମାର ପଣ୍ଡା ୨୦୧୪ ନିର୍ବାଚନରେ ନୂଆପଡା ବିଧାୟକ ହେବା ପରେ ବିଜେପିର ଓଡିଶା ରାଜ୍ୟ ସଭାପତି ହୋଇଥିଲେ । ସେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଦଳର ଦାୟିତ୍ଵ ସୂଚାରୁ ରୂପେ ତୁଲାଇ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା ଛାଡି ସେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ । ବସନ୍ତ ପଣ୍ଡାଙ୍କ ବଳିଷ୍ଠ ନେତୃତ୍ବରେ ୨୦୧୯ ରେ ଜନତା ବିଜେପିକୁ ପୂର୍ବାପେକ୍ଷା ବିପୁଳ ଜନମତ ଦେଇଥିଲେ ।


କନକ ବର୍ଦ୍ଧନ ସିଂ ଦେଓ
ଏକାଦଶ
ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଜଣେ ଭାରତୀୟ ରାଜନେତା ତଥା ଭାରତୀୟ ଜନତା ଦଳର ସଦସ୍ୟ। ସେ ପାଟନା, ବଲାଙ୍ଗୀରର ପୂର୍ବ ରାଜ ପରିବାରର ଅଟନ୍ତି । ସେ ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ବିଜେପି ଓଡିଶାର ସଭାପତି ଥିଲେ । ୧୯୯୫ ରୁ ୨୦୧୯ ପର୍ଯ୍ୟନ୍ତ ସେ ପଟନାଗଡ ବିଧାୟକ ଭାବେ ଲୋକଙ୍କ ସେବା କରିଆସୁଥିଲେ କିନ୍ତୁ ୨୦୧୯ ରେ ତାଙ୍କୁ ବିଧାନସଭା ନିର୍ବାଚନରେ ପରାଜୟର ସ୍ଵାଦ ଚାଖିବାକୁ ପଡିଲା । ଶ୍ରୀ ସିଂ ଦେଓ ଓଡିଶା ସରକାରରେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ କ୍ଯାବିନେଟ ମନ୍ତ୍ରୀ ଭାବେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ନେଇଥିଲେ । ତାଙ୍କ ଧର୍ମପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ଏବେ ବଲାଙ୍ଗିର ସାଂସଦ ଅଛନ୍ତି ।


ସମୀର ମହାନ୍ତି
ତ୍ରୟୋଦଶ
ରାଜ୍ୟ ବିଜେପିର ବର୍ତ୍ତମାନର ସଭାପତି ହେଉଛନ୍ତି ଶ୍ରୀ ସମୀର ମହାନ୍ତି । ଶ୍ରୀ ମହାନ୍ତି ଆନୁଷ୍ଠାନିକ ଭାବେ ୧୭ ଜାନୁଆରୀ ୨୦୨୦ ରେ ଦଳର ମଙ୍ଗ ଧରିଥିଲେ । ପୂର୍ବରୁ ଅନେକ ସମୟରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କୁ ଘେରିବାରେ ସଫଳ ହୋଇଥିଲା । ସଭାପତି ହେବା ପୂର୍ବରୁ ସେ ଦଳ ଉପ-ସଭାପତି ଏବଂ ତା’ପୂର୍ବରୁ ସମ୍ପାଦକ ଦାୟିତ୍ଵରେ ଥିଲେ ।